୧୦.୧୦.୨୦୧୮ ବୁଧବାର . ଆଜିର ରାଶିଫଳ

ରାଶିଫଳ

ଆଜି ଭଗବାନ ଶ୍ରୀ ନାରାୟଣଙ୍କର ପ୍ରିୟବାର , ଆପଣଙ୍କର ରାଶି ଚକ୍ରରେ ଥିବା ଦୁଷ୍ଟ ଗ୍ରହମାନଙ୍କର କବଳରୁ ମୁକ୍ତି ପାଇବାକୁ ନାରାୟଣ କେବଳ ରକ୍ଷକ ଭାବେ କାର୍ଯ୍ୟ କରିବେ , ଆପଣ ତାଙ୍କ ପବିତ୍ର ପାଦପଦ୍ମରେ ଟିକେ ମନୋନିବେଶ କରି ତାକୁ ୫ ମିନିଟ ପାଇଁ ନୀରବରେ ଧ୍ୟାନ କରନ୍ତୁ , ଯଦି ସମ୍ଭବ ଶାଳଗ୍ରାମ ଶିଳା ଙ୍କୁ ୨୪ ଗୋଟି ତୁଳସୀ ମଞ୍ଜରୀ ସମର୍ପଣ କରନ୍ତୁ ଦେଖିବେ ସବୁକିଛି ଠିକ ଠାକ ହୋଇଯିବ , ଏହି ଦିବ୍ୟ ସନ୍ଦେଶ କେବଳ ଆଜି ପାଇଁ ନୁହଁ ନିଜ ଜୀବନର ସବୁ କ୍ଷଣ ରେ କର୍ମରେ ଆସିବ .

ମେଷ:-

ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିପାରିବେ। ସପ୍ତମସ୍ଥ ଗ୍ରହ ଏକାଧିକ ଗ୍ରହଙ୍କ ସମାବେଶ ହେତୁ ବିବାଦରେ ପଶିବା ଠିକ୍‌ ହେବନାହିଁ। ଆକସ୍ମିକ ସ୍ଥାନ ପରିବର୍ତ୍ତନର ଆଭାସ ପାଇପାରନ୍ତି। ପରିବହନ, ବ୍ୟବସାୟ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ।

ବୃଷ:-

ବକ୍ରୀ ଶୁକ୍ର ପାପଗ୍ରହ ରାହୁଙ୍କ ନକ୍ଷତ୍ରରେ ରହି ଆପଣଙ୍କୁ ହସଖୁସିରୁ ଦୂରେଇ ରଖିପାରନ୍ତି।  ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ ନତୁବା ଆକସ୍ମିକ ଭାବରେ କଳହ ଲାଗିପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । କର୍ମକ୍ଷେତ୍ରରେ  ମନର ବଳ ଖୁବ୍‌ ଟାଣ ରହିବ ଓ ଅଟକି ରହିଥିବା କାମକୁ ଶେଷ କରିପାରିବେ।

ମିଥୁନ:-

ବୁଧ ଷଷ୍ଠାଧିପତିଙ୍କ ନକ୍ଷତ୍ରସ୍ଥ ହେତୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ। ପାରିବାରିକ ସମସ୍ୟା ଥିଲେ ମଧ୍ୟ କାମଗୁଡ଼ିକୁ ସଫଳତାର ସହ ସମ୍ପନ୍ନ କରିବାରେ କୌଣସି ଅସୁବିଧା ରହିବନାହିଁ। କିଛି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ  ଅନ୍ୟକୁ କୈଫିୟତ ଦେବାକୁ ପଡ଼ିପାରେ । ବ୍ୟବସାୟରେ କ୍ରମଶଃ ସମସ୍ୟା ବଢ଼ି ବଢ଼ି ବଡ଼ ଆକାର ଧାରଣ କରିପାରେ।

କର୍କଟ:-

ଏକାଧିକ ଗ୍ରହ କର୍ମକ୍ଷେତ୍ରକୁ ଅବଲୋକନ କରି ବିଭିନ୍ନ କାର୍ଯ୍ୟବ୍ୟସ୍ତତା ସୃଷ୍ଟି କରିପାରନ୍ତି। କିନ୍ତୁ ଆପଣଙ୍କ ଯୁକ୍ତିଯୁକ୍ତ ଚିନ୍ତାଶୀଳ ବିଚାରଧାରା ପ୍ରଭାବରୁ ସମସ୍ୟାଗୁଡ଼ିକର ସରଳ ସମାଧାନ କରିବାରେ ସଫଳ ହେବେ। ଅଶ୍ଳେଷା ନକ୍ଷତ୍ର ଭୁଲ୍‌ ବୁଝାମଣାରୁ ପାରିବାରିକ କଳହ ଲାଗିପାରେ। ବ୍ୟବସାୟ କିମ୍ବା ପରିବହନରେ ଲାଭ ହେବା ବଦଳରେ କ୍ଷତିରେ ପଡ଼ିପାରନ୍ତି।

Loading...

ସିଂହ:-

ରବି ବ୍ୟୟାଧିପ ଚନ୍ଦ୍ରଙ୍କ ନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ନ ହେଲେ ପରେ ଅନୁତାପ କରିବାକୁ ପଡିପାରେ। ଅଧିକାଂଶ ସମୟରେ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗଁୁ ବ୍ୟସ୍ତ ରହିପାରନ୍ତି। ଅବଶ୍ୟ ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ର ପାଇଁ ବିଶେଷ କିଛି ଅସୁବିଧା ହେବ ନାହିଁ ା ଆଜିର ଯାତ୍ରା, ଆନୁଷ୍ଠାନିକ କାମରେ ସଫଳତା ପାଇପାରିବେ।

କନ୍ୟା:-

ଆଜିର ଗ୍ରହସ୍ଥିତି ପ୍ରଭାବରେ କୌଣସି ସମସ୍ୟା ଆପଣଙ୍କୁ ବିଚଳିତ କରିପାରିବ ନାହିଁ। କଳା, ସାହିତ୍ୟ ଓ ସଭା ସମିତିରେ  ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ଅଫିସରୁ ଆସିବା ବେଳକୁ  ନିଜ ମନ ପସନ୍ଦର ଜିନିଷଟି କିଣିବାରେ ସମର୍ଥ ହେବେ ା ଅର୍ଥ ସଂକଟକୁ ସହକର୍ମୀ ଦୂରେଇ ନେବାର ପ୍ରତିଶ୍ରୁତି ଦେବେ।

ତୁଳା:-

ରାଶିରେ ଚନ୍ଦ୍ର ସମେତ ଚାରୋଟି ଗ୍ରହ ଏକାଧିକ କର୍ମରେ ନିଯୁକ୍ତ କରାଇପାରେ । ମାତ୍ର ବିଭିନ୍ନ ପ୍ରକାରର ଚିନ୍ତାରେ ମନ ବିକ୍ଷିପ୍ତ ରହିବ। ଅବଶ୍ୟ କୌଣସି କ୍ଷତି ହେବନାହିଁ । ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ପ୍ରଯତ୍ନ କଲେ ଚେଷ୍ଟା କଦାପି ବିଫଳ ହେବନି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ।

ବିଛା:-

ଦ୍ୱାଦଶସ୍ଥ ଚତୁଃଗ୍ରହ ଦୂରଯାତ୍ରା, ପରୋକ୍ଷ ଶତ୍ରୁତା, ଶଯ୍ୟାଶାୟୀ ସ୍ଥିତି, ରାଜଦଣ୍ଡଜନିତ ଧନହାନିର ସୂଚନା ପ୍ରଦାନ କରେ ା ଅବଶ୍ୟ ମଙ୍ଗଳ ଉଚ୍ଚସ୍ଥ ହେତୁ ଆକସ୍ମିକ ସମସ୍ୟା କିୟତ୍‌କ୍ଷଣ ପରେ ଦୂରେଇଯିବ । କର୍ମକ୍ଷେତ୍ରରେ ଅପୂର୍ବ  ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇ ପାରନ୍ତି। ପ୍ରଶାସନ, ରାଜନୀତି, ସାହିତ୍ୟରେ ସୁନାମ ଅର୍ଜନ କରିବେ।

ଧନୁ:-

ଶିକ୍ଷା, ସନ୍ତାନ ଓ ମନ୍ତ୍ରଣାସ୍ଥାନକୁ ଏକାଧିକ ଗ୍ରହଙ୍କ ଦୃଷ୍ଟି ଏହି ସମସ୍ତ ବିଷୟ ସକାଶେ ଅନୁକୂଳ ସ୍ଥିତି ସୃଷ୍ଟି କରିବେ। ମୂଳା ନକ୍ଷତ୍ରର ମାନସିକ ସ୍ତରରେ ଅନ୍ୟମନସ୍କତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ର, ଆଲୋଚନା ପରିସର, ତର୍କ ଓ ବିବାଦରେ, ଆଇନ ଅଦାଲତରେ ସ୍ଥଗିତ କାମକୁ ପୂରା କରିବେ ।

ମକର:-

ଚନ୍ଦ୍ରଙ୍କ ସହିତ କର୍ମଭାବସ୍ଥ ଗ୍ରହମାନଙ୍କ ସୁପ୍ରଭାବରେ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ ଏବଂ ଆପଣଙ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ। କଥା ଦେଇଥିବା ବନ୍ଧୁ ଠିକ୍‌ ସମୟରେ ନ ଫେରିବା କାରଣରୁ  ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବାର ସୂଚନା ରହିଛି ।

କୁମ୍ଭ:-

କର୍ମକ୍ଷେତ୍ରରେ ନିକଟ ସମ୍ପର୍କୀୟଙ୍କ ସହଯୋଗରେ ଆତ୍ମୀୟତାର  ସହ କାମ କରି ପ୍ରଶଂସିତ ହେବେ । କୌଣସି ଅଜଣା ବନ୍ଧୁଙ୍କ ସାହାଯ୍ୟରୁ ଫେରନ୍ତା ବାଟରେ ହଠାତ୍‌ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ପରିବାର ଓ ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବ।  ଚେଷ୍ଟା କରୁଥିବା କାମ, କଚେରି ମାମଲା, ଜମିଜମା ବିବାଦରେ ଉପକୃତ ହେବେ।

ମୀନ:-

କର୍ମକ୍ଷେତ୍ର ଅଥବା ପ୍ରଶାସନିକ ସ୍ତରରେ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡିକ ସମ୍ପନ୍ନ କରିବାରେ ଅସୁବିଧା ହେବ ନାହିଁ । ପାରସ୍ପରିକ ଭୁଲ୍‌ ବୁଝାମଣାରୁ ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁଙ୍କ ନିକଟରୁ  ଅନାଦର ପାଇପାରନ୍ତି। ନିର୍ମାଣ, ଯାତ୍ରା, ବିବାଦ, ସଭାସମିତି ପ୍ରଭୃତିରୁ ଆଶ୍ୱସ୍ତି ଲାଭ କରିବେ। ଆକସ୍ମିକ କୌଣସି ଖବର ମନକୁ ଚହଲାଇ ଦେଇପାରେ ।

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.