ସଂପାଦକୀୟ …… ସବୁକିଛି ଜଣତନ୍ତ୍ରର ପ୍ରହସନ ………

ସମ୍ପାଦକୀୟ

ସବୁକିଛି ଜଣତନ୍ତ୍ରର ପ୍ରହସନ …………………..

ସତ୍ୟ ନାହିଁ କହୁନାହୁଁ , ଆଉକଣ ସବୁ ପ୍ରହସନରେ ପୂଣ୍୍ୟଭୂମୀ ଭାରତ ବର୍ଷ ଚାଲିଛି ? ନା ସେହି ସତ୍ୟକିନ୍ତୁ ବହୁତ ନଗଣ୍ୟ । ବିଜେପି ବାଲାଏ ହୁଅନ୍ତୁ , କି କଂଗ୍ରେସ କି ବିଜେଡି , କୈାଣସି ଦଳପାଇଁ ଦେଶର ସ୍ୱାର୍ଥ ମୁଖ୍ୟ ନୁହଁ । ପ୍ରଥମେ ନିଜ ରାଜ ସିଂହାସନ ତାପରେ କ୍ୟକ୍ତି ସଂପର୍କୀୟ ତାପରେ ଦେଶ । କେହି ପ୍ରକୃତରେ ଦେଶ ଜାତି ଲାଗି କାନ୍ଦୁ ନାହାଁନ୍ତି । ଯାହା ମୁହଁରେ କହୁଛନ୍ତି ତାହା କେବଳ ପ୍ରହେଳିକା । ତାଙ୍କ ଆଖିରୁ ଯେଉଁ ଲୁହ ବହୁଛି ତାହା ବି ମିଛ ଲୁହ, ସତରେ ସଭିଏଁ ଗୋଟିଏ ଗୋଟିଏ ଯାତ୍ରା କଳାକାର ପରି , ଜନତାଙ୍କ ପାଇଁ ଏତେ ମିଛ ଲୁହ ଗଡାଇ ପାରନ୍ତି ଯେ ତାହା ନିଜେ ଅନୁଭବ ନକଲେ ବୁଝି ପାରିବେ ନାହଁ ।ସବୁ ଭାଷଣ ବାଜି , କେବଲ କଥାକହି ନିଜର ସ୍ୱାର୍ଥ ହାସଲ ଲାଗି ଯେତେ ପ୍ରକାର ନାଟକ ବାଜି ଚଲାଇଛନ୍ତି । ସେହି ନାଟକ ବାଜି ମଧ୍ୟରେ ଦେଶ ଆଉ ଜାତିର କିଛି କିଛି ଉପକାର ହୋଇ ଯାଉଛି । ଯାହା ମନକୁ ମନ ନିଶ୍ଚିତ ହେବ ।ଏଥିରେ ସନ୍ଦେହ ନାହିଁ । ଅୋମ୍ଭ ରାଜିବ ଗାନ୍ଧୀଙ୍କ ବେଳେ ବୋଫର୍ସ କମାଣ କଥାଶୁଣିଥିଲୁ , ମୋଦିଜୀଙ୍କ ବେଳେ ରାଫେଲ ବିମାନ କଥା ଶୁଣୁଛୁ । କହିବେକି ବନ୍ଧୁ ଏହା ଯଦି ସତ୍ୟ ତେବେ କେଉଁ ଦଳ ଭଲ ।ଆମ ରାଜ୍ୟ କଥା ଭାବନ୍ତୁ , ସାଧାରଣରେ ବୁଦ୍ଧିଯିବି ମାନେ ସରକାରଙ୍କର ଯୋଜନାରେ କେତେ ବ୍ୟତିବ୍ୟସ୍ତ ହେଉଛନ୍ତି । କିନ୍ତୁ ମେଞ୍ଚାଏ ଗୁଡିଏ ଶସ୍ତା ଯୋଜନା କରି ରାଜ୍ୟ ରସାତଳଗାମୀ ହେଉଛି । ସେଥିରେ ବି କାହାର ଯାଏ ଆସେ ନାହିଁ । କାରଣ ଭୋଟ ମିଳିବାର ଏହା ଅଭିନବ ଉପାୟ । ସବୁକିଛି ପାଣ୍ଡିଆନଙ୍କ ବ୍ରେନ୍ ର କାମ । ନବୀନ ବାବୁ ତାଙ୍କୁ ତାଙ୍କ ବ୍ୟକ୍ତିଗତ ସଚିବ ରଖିବେ ନାହିଁ ତ ଆଉ କାହାକୁ ରଖିବେ କୁହନ୍ତୁ ତ? ଯଦି ତାଙ୍କ ପ୍ଲାନ ପଲିସ ରେ ଭୋଟ ମିଳୁଛି , ବୁଦ୍ଧିଯିବିଙ୍କ ଦୁଃଖରୁ କଣ ମିଳିବକି? ଓଡିଶା ସରକାର ମହାନଦୀକୁ ନେଇ ରାଜନୀତି କରୁଛନ୍ତି ସତ ହୋଇ ପାରେ , କିନ୍ତୁ କେନ୍ଦ୍ର ସରକାର ଙ୍କ ଦଳ ଛତିସଗଡରେ ଅଛି ବୋଲି ସେ ତାଙ୍କୁ ସହେଯାଗ କରୁନାହାଁନ୍ତି ଏକଥା କଣ ଛାତିରେ ହାତ ଦେଇ କହିପାରିବେ ? ଛତିଶଗଡର ପୋଲାଭରମ ଯୋଜନା ଦ୍ୱାରା ଓଡିଶା କଣ କ୍ଷତିଗ୍ରସ୍ତହୋଇ ନାହିଁ? ରାଜ୍ୟ ସାରା ବର୍ଷା ପରେ ବର୍ଷା ଚାଲିଛି . ବର୍ଷା ଦିନରେ ମହାନଦୀ ଶୁଖିଲା , ଖରାଦିନରେ ବ୍ରାହ୍ମଣୀ ନଦିପରି ତାର କ୍ଷିଣ ଜଳସ୍ରୋତ ସଂପୂର୍ଣ୍ଣ ବନ୍ଦ ହୋଇ ଯାଉଛି । ଏହା କଣ ମିଛ? ସାରା ଦେଶରେ ପେଟ୍ରୋଲ ଦର ହୁ ହୁ ହୋଇ ପ୍ରତ୍ୟେହ ବଡୁଛି ।ଦେଶର ମୁଦ୍ରାସ୍ପିତି ଦିନକୁ ଦିନ ତଳକୁ ତଳକୁ ଯାଉଛି । ବିଜେପି ସରକାର ତ କଳାଧନକୁ ସବୁ ଅଟକାଇ ସଂଶୋଧନ କରିଦେଲେ ତେବେ ମୁଦ୍ରାସ୍ପିତି କମୁଛି କାହିଁକି? ଯେଉଁଦିନ ନୂଆନୋଟ ବଜାରକୁ ଆସିଲା ୪ ଦିନ ପରେ ପୁଣି ସେହି ନୂଆନୋଟ ଜାଲ ଆସିଲା କିପରି । ତୁମେ କାଳେ ଏମିତି ଦ୍ରବ୍ୟ ସବୁ ବିଜ୍ଞାନ ସମ୍ନତଭାବେ ସେହି ନୋଟରେ ସନ୍ନିବେଶିତ କରାଇଥିଲ , ଯାହା ଆଉ ଜାଲ ନୋଟ ହେବା ସମ୍ଭବ ନୁହଁ , ତୁମ ଅତ୍ୟାଧୁନିକ ବୈଜ୍ଞାନିକ ପଦ୍ଧତି କୁଆଡେଗଲାକି ? ୪ ଦିନ ଯାଇ ନାହିଁ ପୁଣି ଜାଲ ନୋଟ । ବାହାଦୁରୀ ନିଅ ଭଲକଥା , କିନ୍ତୁ ତୁମ ଜାତୀୟ ସଭାପତିଙ୍କ ସଂପର୍କୀୟ ହଜାର ହଜାର କୋଟି ଟଙ୍କା କୋଉଠୁ ଆଣିଲେ କିପରୀ ଆଣିଲେ ? ଆଲୋ ଗୋଦରୀ ଲୁଚୁଛି ନା ଗୋଡ ଦିଟା ଦିଶୁଛି ।ନରୋତ୍ତମ ଦାସ କୟ କୈାନ ଶାଲା ଭାଲୋ ନୟ । ତଥାପି ତୁମକୁ ଅମେ ଭୋଟ ଦେବୁ ଜିତାଇବୁ ତୁମେ ପୁଣି ସରକାରକୁ ଆସିବ ଆଉ ଆମ ଦେଶ ଜାତିପାଇଁ କାନ୍ଦୁଛ ବୋଲି କହିବ ଭୋଟ ନେବ । କିନ୍ତୁ ଆମ୍ଭେ ଜାଣିଛୁ ଆମ ଦେଶ ପାଇଁ କେହି ଭଲ ନୁହଁ , ତାହାର ନିରାପତା ଲାଗି କେହି ପ୍ରକୃତରେ କାନ୍ଦୁ ନାହଁ , ବହୁତ କାନ୍ଦୁଛ ସତ କିନ୍ତୁ ତାହା କୁମ୍ଭୀର କାନ୍ଦଣା । ଆମକୁ ଆଉ ଆମ ଦେଶକୁ କେବଳ ଭଗବାନ ସହାୟ ।

Loading...
Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.