ଶିକ୍ଷା କ୍ଷେତ୍ରରେ ଏକ ପରିବର୍ତ୍ତନର ସ୍ୱର ବହନ କରେ ଅଭିମନ୍ୟୁ ସାମନ୍ତ ସିଂହାର ଉଚ୍ଚ ମାଧ୍ୟମିକ (+୨) ବିଦ୍ୟାଳୟ, ଅଭିମନ୍ୟୁ ବାଲିଆ, ବରୀ ବ୍ଲକ , ଯାଜପୁର

news ଓଡିଶା ବିଶେଷ

ବିଗତ ଦିନର କରୋନା ମହାମାରି ସମସ୍ୟାରେ ଆମ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଦୁର୍ଦିନ ଅବସ୍ଥାରେ ଥିବା ବେଳେ, ଜୁନିଅର କଲେଜ ଗୁଡିକ ଖୋଲିବା ପରେ ବରୀ ବ୍ଲକର ଅଭିମନ୍ୟୁ ସାମନ୍ତ ସିଂହାର (+୨) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତାର ଶୈଖିକ ବିକାଶର ଧାରାରେ ଅଦ୍ଭୁତ ପରିବର୍ତ୍ତନ ଆଣିଛି ।
୧- ଅଧ୍ୟାପକ ଅଧ୍ୟାପିକା ମାନଙ୍କର ମିଳିତ ନିଷ୍ପତ୍ତି କେବଳ ଶିକ୍ଷା ଆଉ ଶିକ୍ଷା । ଛାତ୍ର ଛାତ୍ରୀ ମାନେ ତାଙ୍କର ମୂଳ ସଂପତି , ତାଙ୍କର ଶୈଖିକ ବିକାଶ ପାଇଁ ସଭିଏଁ ଆପ୍ରାଣ ଉଦ୍ୟମ ଚାଲୁ ରଖିଛନ୍ତି ।
୨- ଛାତ୍ର ଛାତ୍ରୀ ମାନଙ୍କ ପାଇଁ , ଶ୍ରେଣୀ ଶିକ୍ଷା ପରେ ବି ଅନ୍ ଲାଇନ ବ୍ୟବସ୍ଥା କରି ସେମାନଙ୍କର ଆବଶ୍ୟକୀୟ ପାଠ୍ୟ ସଂକ୍ରାନ୍ତୀୟ ଅସୁବିଧାକୁ ଦୁର କରିବାକୁ ସୁ ବ୍ୟବସ୍ଥା କରାଯାଇଛି ।
୩- ପ୍ରତି ମାସକୁ ୨ ଥର ପରୀକ୍ଷା ବ୍ୟବସ୍ଥା ସହ ଛାତ୍ର ଛାତ୍ରୀ ମାନଙ୍କ ଦୁଃର୍ବଳ ଶିକ୍ଷା ଜ୍ଞାନକୁ ବଳିଷ୍ଠ କରିବାକୁ ଅନୁଷ୍ଟାନ ସ୍ୱତନ୍ତ୍ର ଯତ୍ନ ନେଉଛି ।
୪- +୨ ବିଜ୍ଞାନ ଛାତ୍ର ଛାତ୍ରୀ ମାନଙ୍କ ଲାଗି ଶ୍ରେଣୀ ପାଠ୍ୟକ୍ରମ ବ୍ୟତିରେକ , ଗୃପ୍ କରାଯାଇ ପ୍ରତ୍ୟେକ ପିଲାଙ୍କୁ ସ୍ୱତନ୍ତ୍ର ଭାବେ ସେମାନଙ୍କର ସନ୍ଦେହ ଥିବା ପାଠ ଗୁଡିକୁ ସମୀକ୍ଷା କରା ଯାଇ ମନରୁ ଦ୍ୱନ୍ଦ ଦୂର କରା ଯାଉଛି ।
୫- +୨ ବିଜ୍ଞାନ ଛାତ୍ର ଛାତ୍ରୀ ମାନଙ୍କ ଲାଗି ଚଳିତ ବର୍ଷ ଠାରୁ ଲାବୋଟାରୀ ମାଧ୍ୟମରେ ପ୍ରାକ୍ଟିକାଲ ଶିକ୍ଷାକୁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆ ଯାଉଛି ।
୬- ଅନୁଷ୍ଠାନର ବିଜ୍ଞାନ ପରୀକ୍ଷଣ ଗାର ସମଗ୍ର ଜିଲ୍ଲାରେ ଏକ ସ୍ୱତନ୍ତ୍ର ସ୍ଥାନ ବହନ କରେ ।
୭- ଛାତ୍ର ଛାତ୍ରୀ ମାନେ ନିଜର ବୈାଦ୍ଧିକ ଜ୍ଞାନର ବିକାଶ ଲାଗି ସ୍ୱତନ୍ତ୍ର ଲାଇବ୍ରେରୀ ଓ ପାଠାଗାରର ବ୍ୟବସ୍ଥା କରା ଯାଇଛି ।
୮- କଳା, ବିଜ୍ଞାନ ଓ ବାଣିଜ୍ୟର ଦକ୍ଷ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ନେଇ ବିଦଗ୍ଦ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ସ୍ମୃତିର ମହା ଆଲେଖ୍ୟ ବହନ କରୁଥିବା ଉକ୍ତ ମହାବିଦ୍ୟାଳୟ ତାର ଶୈଖିକ ବିକାଶର ଧାରାକୁ ଏପରି ପରିବର୍ତ୍ତନ କରିଥିବାରୁ ସାଧାରଣରେ ଅନୁଷ୍ଠାନ ପ୍ରତି ଅସୀମ ଶ୍ରଦ୍ଧା ଓ ବିଶ୍ୱାସ ବୃଦ୍ଧିପାଇଛି ।

Share It

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.