ଯୌନ ଅପରାଧୀଙ୍କୁ କେମିକାଲ ଇଞ୍ଜେକସନ ଦେଇ              ବନ୍ଧ୍ୟାକରଣ କରାଇ ଦିଆଯିବ

ଦେଶ ବିଦେଶ ନ୍ୟୁଜ୍

ଯେତେ ଦଣ୍ଡ ଦିଆ ଗଲେ ବା ଫାଶି ଦଣ୍ଡରେ ଦଣ୍ଡିତ କଲେ ବି ସାରା ବିଶ୍ୱରୁ ଯୈାନ ଅପରାଧ ଦିନକୁ ଦିନ ବଢିବାର ଲାଗିଛି କିନ୍ତୁ ତାହା କମି ନାହିଁ ସମଗ୍ର ବିଶ୍ୱ ମଧ୍ୟ ଏହି ବ୍ୟାଧିରୁ ମୁକ୍ତ ନୁହଁ ତେବେ ଯୌନ ରାକ୍ଷସଙ୍କ ବିରୋଧରେ କଡ଼ା ନିୟମ ଲାଗୁ କରିବା ନେଇ ବିଭିନ୍ନ ସମୟରେ ଦାବି ହୋଇଥାଏ । ଯୌନ ଅପରାଧୀଙ୍କ ପାଇଁ ଥାଇଲ୍ୟାଣ୍ଡ ନୂଆ ନିୟମ ପ୍ରଣୟନ କରିବାକୁ ଯାଉଛି । ଏହି ନିୟମ ଫଳରେ କେମିକାଲ ପ୍ରୟୋଗ କରି ଯୌନ ରାକ୍ଷସଙ୍କୁ ଖାସୁକରଣ ବା ଯୌନ ଅକ୍ଷମ କରାଇ ଦିଆଯିବ ।

ତେବେ ଏ ସମ୍ବନ୍ଧୀୟ ବିଲ ଗତ ମାର୍ଚ୍ଚ ମାସରେ ନିମ୍ନ ସଦନରେ ପାସ ହୋଇଥିଲା । ବିଲକୁ ୧୪୫ ଜଣ ସିନେଟର ସମର୍ଥନ କରିଥିବା ବେଳେ ଦୁଇଜଣ ଏହା ବିରୋଧରେ ଭୋଟ ଦେଇଥିଲେ । ତେବେ ଏହି ନିୟମ କାର୍ଯ୍ୟକାରୀ ହେବା ପାଇଁ ଅନ୍ୟ ସଦନରେ ବିଲ ପାସ୍ ହେବା ଜରୁରୀ । ଥାଇଲ୍ୟାଣ୍ଡରେ ଗତ ୨୦୧୩ରୁ ୨୦୨୦ ମଧ୍ୟରେ ୧୬ ହଜାର ୪୧୩ ଜଣ ଯୌନ ଅପରାଧୀଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ୪୮୪୮ ଜଣ ପୁନର୍ବାର ଅପରାଧିକ କାର୍ଯ୍ୟରେ ଲିପ୍ତ ରହିଥିବା ସଂଶୋଧନ ବିଭାଗ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି ।

ଏହି ବିଲ ଅନୁଯାୟୀ, ଯେଉଁମାନେ ପୁନର୍ବାର ଯୌନ ଅପରାଧ କରିବେ, ସେମାନଙ୍କୁ ଇଞ୍ଜେକସନ ଦେଇ ଟେଷ୍ଟୋଷ୍ଟିରନ୍ ସ୍ତରକୁ ହ୍ରାସ କରାଇ ଦିଆଯିବ । ଏ କ୍ଷେତ୍ରରେ ଅପରାଧୀମାନେ ସ୍ୱଳ୍ପ ଅବଧି ପାଇଁ ଜେଲରେ ରହିବେ । ଏଥିପାଇଁ ଦୁଇଜଣ ଡାକ୍ତରଙ୍କ ସମ୍ମତି ମିଳିବା ଜରୁରୀ ଓ ଏହାକୁ ଗ୍ରହଣ କରିବା ପାଇଁ ଅପରାଧୀଙ୍କ ନିକଟରେ ବିକଳ୍ପ ରହିବ । ଅପରାଧୀମାନେ ୧୦ ବର୍ଷ ପାଇଁ ଜେଲରେ ରହିବା ସହ ବୈଦ୍ୟୁତିକ ବ୍ରେସଲେଟ୍ ପରିଧାନ କରିବେ । ଯଦି ଏହି ନିୟମକୁ ମଞ୍ଜୁରୀ ମିଳେ, ତେବେ ପୋଲାଣ୍ଡ, ଦକ୍ଷିଣ କୋରିଆ, ରୁଷିଆ, ଓଷ୍ଟୋନିଆ ଓ ଆମେରିକାର କିଛି ରାଜ୍ୟ ଗ୍ରୁପ ସହ ଥାଇଲ୍ୟାଣ୍ଡ ସାମିଲ ହେବ ।

Share It

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.