ଯାଜପୁର ମାଟିର କୁନି ପ୍ରତିଭା ଶ୍ରୀ ଜଗନ୍ନାଥ ସେବକ  ଅର୍‌ଜିତ     ଉପସ୍ଥାପନା- ଜନ୍ମେଜୟ ମହାନ୍ତି ( ରିଙ୍କୁ)

news ଓଡିଶା ଜୀବନଚର୍ଯ୍ୟା ନ୍ୟୁଜ୍ ବିଶେଷ

ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମରେ ଘର । ଘରକୁ ଲାଗି ଯାଜପୁର ପ୍ରସିଦ୍ଧ ହରିପୁର କୁଞ୍ଜର ଦୁଇ ପ୍ରମୁଖ ଠାକୁରଙ୍କ ମନ୍ଦିର , ଐଶାନ୍ୟ କୋଣରେ ଶ୍ରୀ ରାହାସ ବିହାରୀ ଓ ଉତ୍ତରରେ ଶ୍ରୀ ଶ୍ରୀ ରାଧା ବୃନ୍ଦାବନ ଚନ୍ଦ୍ର । ଦ୍ୱୟ କୁଞ୍ଜ ଠାକୁରଙ୍କର ଆଶିର୍ବାଦରେ ସତେଅବା ଜନ୍ମରୁ ତିଆରି ହୋଇଛି ଦିବ୍ୟତ୍ୱର ଚିନ୍ତା ଚେତନା । ବୟସ ମାତ୍ର ୧୬ ପୁରି ୧୭ ଚାଲିବାକୁ ଯାଉଛି । ମାଆ ରଶ୍ମିତା ମହାନ୍ତି ଓ ବାବା ସଞ୍ଜୟ କୁମାର ମହାନ୍ତି ଙ୍କ କୋଳ ମଣ୍ଡନ କରିଚନ୍ତି ଏହି କୁନି ପ୍ରତିଭା ଅରିଜିତ୍ । ସତେଅବା ଅର୍‌ଜିତ  ବା ସୃଷ୍ଟି ହୋଇଛି ସେହି ମଙ୍ଗଳ ମୟ ଭଗବାନ ଶ୍ରୀ ଜଗନ୍ନାଥ ବା ବୃନ୍ଦାବନ ଚନ୍ଦ୍ରଙ୍କ କୃପାରୁ । ଆଜିର ବିଜ୍ଞାନ ଯୁଗରେ ସୋସିଆଲ ମିଡିଆ ର ଗୁରୁତ୍ୱ ବଢିବଢି ଚାଲିଥିବା ବେଳେ , ଏହି କୁନି ପିଲାଟି ତାର ବୁଦ୍ଧି ବଳରେ ଗୋଟିଏ ଆଧ୍ୟାମିôକ ୟୁଟ୍ୟୁବ୍ ଚ୍ୟାନେଲ  ଜଗନ୍ନାଥ ଆରାଧନା ନାମରେ ଖୋଲି ତହିଁରେ ଶ୍ରୀ ଜଗନ୍ନାଥଙ୍କ ଦିବ୍ୟଲୀଳାକୁ ବିଶ୍ୱ ଜନତାଙ୍କ ଉଦ୍ଦ୍ୟେଶ୍ୟରେ ସମର୍ପଣ କରୁଛନ୍ତି । ଏତ ଗଲା ପ୍ରବଚନର ଗୋଟିଏ ଦିଗ । ସେହି ଷୋଳ କଳାର ଠାକୁର ତାଙ୍କୁ କେବଳ ଏହି ବାକ୍ ପଟୁତା ପ୍ରଦାନ କରିଛନ୍ତି ହାତା ନୁହଁ । ପିଲାଟି ବେଳରୁ କୁନି କୁନି ହାତର ସ୍ପର୍ଷରେ କେତେ ଯେ ଚିତ୍ର ଆଙ୍କି ଛନ୍ତି ତାହାର ହିସାବ ନାହିଁ । ବି÷ଶେଷ କରି ୧.୨ ସେମି ଆକୃତି ଏକ ପେସ୍ତା ବାଦାମ ମଞ୍ଜି ଉପରେ ଶ୍ରୀ ଜଗନ୍ନାଥଙ୍କ ଏକ ସୁନ୍ଦର ଚିତ୍ର କୁ ମାତ୍ର ୫ମି ୨୮ ସେକେଣ୍ଡରେ ଆଙ୍କି ଇଣ୍ଡିଆନ ବୁକ୍ ଅଫ ରେକର୍ଡରେ ନିଜର ନାମକୁ ସ୍ଥାନିତ କରି ଅନୁଷ୍ଠାନ ତରଫରୁ ପ୍ରମାଣ ପତ୍ର ହାତେଇଥିବାରୁ ସାଧାରଣରେ ଖୁସିର ଲହରୀ ଖେଳି ଯାଇଛିା ପରେ ପରେ ଏସିଆ ବୁକ୍ ଅଫ ରେକର୍ଡ ଓ ଅନ୍ତର୍ଦେଶିୟ ବୁକ୍ ଅଫ ରେକର୍ଡ ପାଇଁ ନିଜର ନାମକୁ ସହବନ୍ଧିତ କରିଛନ୍ତି । କେବଳ ଏତିକି ନୁହଁ , ବିଶ୍ୱର ଅଦ୍ୱିତୀୟ ସନ୍ଥ ସାଧକ ମହା ପୁରୁଷ କବିରାଜ ଜୟଦେବଙ୍କ ଗୀତ ଗୋବିନ୍ଦ କାବ୍ୟକୁ ପ୍ରତି ପାଦର ଛନ୍ଦରେ ଚିତ୍ରର ସଂଯୋଜନା ର ସଂଯୋଗ କାର୍ଯ୍ୟକ୍ରମ କରିବାର କାର୍ଯ୍ୟ ଚାଲୁ ରଖିଛନ୍ତି ଯାହା ସାରା ଭାରତ ବର୍ଷରେ ଅଦ୍ୱିତୀର ଦିବ୍ୟତ୍ୱରେ ଚିତ୍ରକଲାର ଭାବଧାରାକୁ ଉନ୍ମେଷ କରିବାର ଆଶା ପୋଷଣ କରାଯାଏ । ଅଧୁନା ଅରଜିତ୍ ବାରିପଦା ସ୍ଥିତ ସାଇ ବଦ୍ୟାମନ୍ଦିର ର +୨ ଦ୍ୱିତୀୟ ବାର୍ଷିକ ଛାତ୍ରରୁପେ ନିଜର ଅଧ୍ୟୟନ ଜାରି ରଖିଛନ୍ତି ।  ସମୟର ସୁଅ ଗଡି ଚାଲିବା ସହିତ ଶ୍ରଦ୍ଧେୟ ଅରଜିତ୍ ଙ୍କର ଜୀବନର ବିକାଶର ସ୍ରୋତ ଆଗକୁ ଆଗକୁ ଆହୁରି ଆଗକୁ ମାଡି ଚାଲିଛିି ଓ ଆହୁରି  ଦିପ୍ତିମନ୍ତ ହେବାକୁ ପରମ କାରୁଣିକ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ପଦାବ୍ଚରେ ଏତିକି କାମନା । ଜୟ ଜଗନ୍ନାଥ ।

Share It

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.