ମାଗଣା କରୋନା ଟିକା(ବୁଷ୍ଟର ଡୋଜ) ପ୍ରଦାନ ତ୍ୱରାନ୍ୱିତ ହେଲା

news ଦେଶ ବିଦେଶ ନ୍ୟୁଜ୍

ଆମ ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ପୁନଶ୍ଚ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ୧୮-୫୯ ବର୍ଷ ବୟସର ନାଗରୀକ ମାନଙ୍କୁ ବୁଷ୍ଟର ଡୋଜ ମାଗଣାରେ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । । ଜୁଲାଇ ୧୫ ତାରିଖରୁ ୭୫ ଦିନ ପାଇଁ ଏହି ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଏହି କ୍ରମରେ ସମସ୍ତ ସରକାରୀ ଟିକାକରଣ କେନ୍ଦ୍ରରେ ଏହି ବୁଷ୍ଟର ଡୋଜ ମାଗଣାରେ ଯୋଗାଇ ଦିଆଯିବ । ଅଧିକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ କେନ୍ଦ୍ର ସରକାର ଏହି ବୁଷ୍ଟର ଡୋଜ ମାଗଣାରେ ଦେବାକୁ ନିଷ୍ପତ୍ତି କରିଛନ୍ତି ।ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଏବେ ୧୮-୫୯ ବର୍ଷ ବୟସର ସମସ୍ତ ନାଗରିକଙ୍କୁ କୋଭିଡ ନିରୋଧୀ ଟିକାର ବୁଷ୍ଟର ଡୋଜ ମାଗଣା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଜୁଲାଇ ୧୫ ତାରିଖରୁ ୭୫ ଦିନ ପାଇଁ ଏହି ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଏହି କ୍ରମରେ ସମସ୍ତ ସରକାରୀ ଟିକାକରଣ କେନ୍ଦ୍ରରେ ଏହି ବୁଷ୍ଟର ଡୋଜ ମାଗଣାରେ ଯୋଗାଇ ଦିଆଯିବ । ଅଧିକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ କେନ୍ଦ୍ର ସରକାର ଏହି ବୁଷ୍ଟର ଡୋଜ ମାଗଣାରେ ଦେବାକୁ ନିଷ୍ପତ୍ତି କରିଛନ୍ତି ।

କହିରଖୁ କି ଦେଶରେ ୧୮-୫୯ ବର୍ଷ ବୟସ ମଧ୍ୟରେ ୭୭ କୋଟି ଲୋକଙ୍କୁ ବୁଷ୍ଟର ଡୋଜ ଦେବାର ଥିଲା । ହେଲେ ଏପର୍ଯ୍ୟନ୍ତ ମାତ ୧ ପ୍ରତିଶତ ଲୋକ ଏହି ବୁଷ୍ଟର ଡୋଜ ନେଇଛନ୍ତି । ସେପଟେ ୬୦ ବର୍ଷରୁ ଅଧିକ , ମେଡିକାଲ ଷ୍ଟାଫ ଓ କରୋନା ଯୋଦ୍ଧା ଭାବେ ୧୬ କୋଟି ଲୋକ ବୁଷ୍ଟର ଡୋଜ ନେବାକୁ ଥିବା ବେଳେ ଏପର୍ଯ୍ୟନ୍ତ ମୋଟ ୨୬ ପ୍ରତିଶତ ଲୋକ ଏହି ବୁଷ୍ଟର ଡୋଜ ନେଇଛନ୍ତି ।

ସେପଟେ ପ୍ରଥମେ ଟିକାର ଉଭୟ ଡୋଜ ନେବାର ୯ ମାସ ପରେ ବୁଷ୍ଟର ଡୋଜ ନେବାର ପ୍ରାବଧାନ ଥିଲା । ମାତ୍ର ଏବେ ସରକାର ଏହି ସମୟ ସୀମାକୁ ୯ ମାସରୁ କମାଇ ୬ ମାସ କରିଛନ୍ତି । ଅର୍ଥାତ କୌଣସି ବ୍ୟକ୍ତି କରୋନା ଟିକାର ଦ୍ୱିତୀୟ ଡୋଜ ନେବାର ୬ ମାସ ପରେ ବୁଷ୍ଟର ଡୋଜ ନେଇପାରିବେ ।

Share It

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.