ଭାରତର ବିପର୍ଯ୍ୟୟ, ୧୭ ରନ୍‌ରେ  ହରାଇଲା ଇଂଲଣ୍ଡ

news ଖେଳ ଦେଶ ବିଦେଶ

 ଭାରତ କ୍ରିକେଟ ଟିମ କୁ ବିପର୍ଯ୍ୟୟ ପିଛା ଛାଡୁନାହିଁ ସୂର୍ଯ୍ୟକୁମାର ଯାଦବଙ୍କୁ ଛାଡିଦେଲେ ସାରା ଟିମ୍ ନୈରାସ ଜନକ ପ୍ରଦର୍ଶନ ଭାରତକୁ ପରାଜୟର ଧୂଳି ଚଟାଇଛି ଇଂଲଣ୍ଡ ବିପକ୍ଷ ତୃତୀୟ ଟି୨୦ରେ ଟିମ୍ ଇଣ୍ଡିଆକୁ ୧୭ ରନ୍ରେ ପରାଜୟର ସାମ୍ନା କରିବାକୁ ପଡିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୧୫ ରନ୍ ସ୍କୋର କରିଥିଲା, ଏହାର ଜବାବରେ ଟିମ୍ ଇଣ୍ଡିଆ ୱିକେଟ୍ ହରାଇ ୧୯୮ ରନ୍ ସ୍କୋର କରିପାରିଥିଲା। ଏହି ମ୍ୟାଚରେ ସୂର‌୍ୟ୍ୟକୁମାର ଯାଦବଙ୍କ ୧୧୭ ରନର ଇନିଂସର ପାଣିରେ ପଡିଛି। ସୂର‌୍ୟ୍ୟକୁମାରଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ପ୍ରଭାବୀ ପ୍ରଦର୍ଶନ କରିପାରି ନଥିଲେ।

୨୧୬ ରନର ଲକ୍ଷ୍ୟକୁ ପିଛା କରି ଭାରତ ଖରାପ ଆରମ୍ଭରେ କରିଥିଲା। ଋଷଭ ପନ୍ତ (), ବିରାଟ କୋହଲି (୧୧), ଅଧିନାୟକ ରୋହିତ ଶର୍ମା (୧୧) ଏବଂ ଦୀନେଶ କାର୍ତ୍ତିକ () ଶୀଘ୍ର ପାଭିଲିୟନକୁ ଫେରିଥିଲେ। ତେବେ ଏହା ପରେ ସୁର‌୍ୟ୍ୟକୁମାର ଚତୁର୍ଥ ନମ୍ବରରେ ଆସି ମାତ୍ର ୪୮ ବଲରେ ଶତକ ହାସଲ କରିଥିଲେ। ଟି୨୦ ରେ ଶତକ ହାସଲ କରିଥିବା ସୂର‌୍ୟ୍ୟକୁମାର ଯାଦବ ପଞ୍ଚମ ଭାରତୀୟ ହୋଇପାରିଛନ୍ତି। ଚତୁର୍ଥ ନମ୍ବରରେ ଶତକ ହାସଲ କରିଥିବା କେ.ଏଲ୍ ରାହୁଲଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ସେ ୧୪ ଚୌକା ଏବଂ ଛଅ ଛକା ସହାୟତାରେ ୫୫ ବଲରେ ୧୧୭ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ସୂର‌୍ୟ୍ୟକୁମାରଙ୍କ ବ୍ୟତୀତ ଶ୍ରେୟସ୍ ୨୮ ରନ୍ ସଂଗ୍ରହ କରିଥିଲେ।

Share It

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.