ଭଗବତି ମହାବିଦ୍ୟାଳୟର ୪୧ ତମ ପ୍ରତିଷ୍ଠା ଦିବସ ସମାରୋହ ପାଳିତ
କୋଣାର୍କ,– ଶୁକ୍ରବାର ଦିବା ୧୧ ଘଟିକା ସମୟରେ କୋଣାର୍କର ପୁରାତନ ଶିକ୍ଷାନୁଷ୍ଠାନ ଭଗବତି ମହାବିଦ୍ୟାଳୟର ୪୧ ତମ ପ୍ରତିଷ୍ଠା ଦିବସ ସମାରୋହ ପାଳିତ ହୋଇଯାଇଛି । ପ୍ରଥମେ ଅତିଥି ମାନେ ମହାବିଦ୍ୟାଳୟର ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୁର୍ତୀରେ ମାଲ୍ୟାର୍ପଣ କରିଥିଲେ । ଏହାପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିର କିଶୋର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଅତିଥି ଭାବରେ ମହାବିଦ୍ୟାଳୟ ପରିଚାଳନା କମିଟିର ପ୍ରତିଷ୍ଠାତା ସଦସ୍ୟ ଶିକ୍ଷାବିତ ହରେକୃଷ୍ଣ ମହାନ୍ତି,ଗୋପ ବ୍ଳକ ପ୍ରାକ୍ତନ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ସଦସ୍ୟ ଗୋପିନାଥ ପାତ୍ର,ପ୍ରାକ୍ତନ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ମଲ୍ଲିକ,ରାଜକିଶୋର ମହାପାତ୍ର ଓ ପ୍ରାକ୍ତନ ପ୍ରଧ୍ୟାପକ ଶରତ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ ମହାବିଦ୍ୟାଳୟର ଉନ୍ନତି ତଥା ଶିକ୍ଷା ବ୍ୟବସ୍ଥାର ସଂସ୍କାର, ୟୁଜିସି ଅନୁଦାନ ଓ ଜମିଜମା ସମସ୍ୟାର ସ୍ଥାୟି ସମାଧାନ ନିମନ୍ତେ ସାମଗ୍ରିକ ପ୍ରୟାସ ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଏହି ସମାରୋହରେ ଛାତ୍ର ନେତା ପିନାକି ପ୍ରଶାଦ ନାୟକ ମହାବିଦ୍ୟାଳୟର ଉନ୍ନତି ଓ ପରିଚାଳନା ଗତ ତ୍ରୁଟି ଯୋଗୁଁ ଉପୁଜି ଥିବା ଛାତ୍ରଛାତ୍ରୀ ମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ଦାବି ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରାଧ୍ୟାପକ ଶରତ ଚନ୍ଦ୍ର ବାରିକ, ଅଧ୍ୟାପକ ବଳରାମ ରାଉତରାୟ,ପ୍ରଭାକର ପାତ୍ର,ବିନୟ ଭୁଷଣ ମହାନ୍ତି, ଅରବିନ୍ଦ ସାହୁ,ବିଚିତ୍ରାନନ୍ଦ ଲେଙ୍କା, ନିଳକଣ୍ଠ ସାହ,ବିବେକାନନ୍ଦ ମିଶ୍ର ଓ ସନ୍ଧ୍ୟା ହରିଚନ୍ଦନ ପ୍ରମୁଖ ପରିଚାଳନା କରିଥିଲେ ।