ତେନ୍ତୁଳି ରସର ଉପକାରିତା

ଜୀବନଚର୍ଯ୍ୟା

ତେନ୍ତୁଳି ବା କଇଁଆକୁ ଇଂରାଜୀରେ ‘ଟାମାରିଣ୍ଡ ଟ୍ରି’ ବା ‘ଇଣ୍ଡିଆନ୍‌ ଡେଟ୍‌’ କୁହାଯାଉଥିବା ବେଳେ ଏହାର ବୈଜ୍ଞାନିକ ନାମ ଟାମାଣ୍ଡସ୍‌ ଇଣ୍ଡିକା(ଲାଟିନ୍‌ ଶବ୍ଦ) ଓ ଏହା ସିଜାଲ୍‌ପିନିଆସି ବଂଶର ଅନ୍ତର୍ଭୁକ୍ତ । ସଂସ୍କୃତ ଶବ୍ଦ ଆମଳିକା ଅର୍ଥ ଖଟା ସ୍ୱାଦ ବିଶେଷ । ଏହାକୁ ହିନ୍ଦୀରେ ଇମଲି, ମରାଠିରେ ଅମଳି, ଚିଞ୍ଚି, ତେଲୁଗୁ ଭାଷାରେ ଚିନ୍‌ଥା, ହୁଲି ଓ ମାଲାୟାଲାମ୍‌ରେ ଅମଲାମ୍‌ କୁହାଯାଏ । ସଂସ୍କୃତରେ ଅମାଳିକା ବୋଲି କୁହାଯାଏ । କଇଁଆ ଗୋଟିଏ ସୁନ୍ଦର ସବୁଜ ବୃକ୍ଷ ଯାହାର ଶାଖା ଚାରିଆଡ଼କୁ ବିଛେଇ ହୋଇ ରହିଥାଏ । ଏହାର ଗଣ୍ଡି ମୋଟା ଓ ବାହାର ପଟ ପୂରାପୂରି ଖଦଖଦଡିଆ ଓ ମଝିରେ ମଝିରେ ଗଛର ବକଳରେ ଫାଟ ଥାଏ ଓ ରଙ୍ଗ କଳାଆଶିଆ ହୋଇଥାଏ । ପତ୍ରଗୁଡ଼ିକ ଛୋଟ ଓ ଅଣ୍ଡାକୃତି ଓ ଦଶ ବା ଅଧିକ ଯୋଡ଼ା ହିସାବରେ ପ୍ରାକ୍ଷ (ଆକ୍‌ସିସ୍‌)ରେ ରହିଥାଏ । ପ୍ରଥମ କଅଁଳିଆ ପତ୍ର ସବୁଜ ଥାଏ କିନ୍ତୁ ପାକଳ ହେଲା ପରେ ଧୂଳିଆ ଗାଢ଼ ସବୁଜ ରଙ୍ଗ ହୋଇଯାଏ । କଇଁଆ ଗଛର ଫୁଲ ଇଷତ୍‌ ହଳଦିଆ କିନ୍ତୁ ପାଖୁଡ଼ାମାନଙ୍କରେ ନାଲିରଙ୍ଗର ଶିରା ଥାଏ । ପ୍ରତ୍ୟେକ ଫୁଲରେ ପାଞ୍ଚଟି ପାଖୁଡ଼ା ଥାଏ । ଫୁଲଗୁଡ଼ିକ ଡେମ୍ଫ ଚାରିପଟେ ଗୁନ୍ଥିଲା ଭଳି ରହିଥାନ୍ତି ।

=> ପାଚିଲା ତେନ୍ତୁଳି ପାଣିରେ ଫୁଟାଇ ରସ ବାହାରକରନ୍ତୁ। ଦେଢ଼ ଚାମଚ ହଳଦି ଗୁଣ୍ଡ ଫେଣ୍ଟି ସପ୍ତାହରେ ତିନି ଥର ଲଗାନ୍ତୁ, ତ୍ବଚା ସଫା ପଡ଼ିବା
=> ଏକ ଚାମଚ ତେନ୍ତୁଳି ରସରେ ଏକ ଚାମଚ ମହୁ କିମ୍ବା ଲେମ୍ବ ରସ ଫେଣ୍ଟି ମୁହଁ, ବେକ, ହାତ, ପାଦରେ ସପ୍ତାହରେ ଦୁଇ-ତିନି ଥର ଲଗାଇଲେ ଉଜ୍ବଳତା ବଢ଼େ।
=> ବୟସ ରେଖା କିମ୍ବା ତ୍ବଚା କୁଞ୍ଚନ ଦୂର ପାଇଁ ଭିଟାମିନ୍ ଏ, ସି, ଏଣ୍ଟିଅକ୍ସିଡାଣ୍ଟ୍ ଆବଶ୍ୟକ। ଏଗୁଡ଼ିକ ତେନ୍ତୁଳିରେ ଥିବାରୁ ଉପକାରୀ । ସମାନ ପରିମାଣର ତେନ୍ତୁଳି ରସ ଓ ମହୁ ଫେଣ୍ଟି ଲଗାନ୍ତୁ, ସୁଫଳ ପାଇବେ।
=> ଆଖି ତଳ କଳା ଦାଗ ଦୂର ପାଇଁ ତେନ୍ତୁଳି ରସ ବ୍ୟବହାର କରନ୍ତୁ। ଗୋଲାପ ଜଳରେ ତେନ୍ତୁଳି ରସ ଫେଣ୍ଟି ବ୍ରଣରେ ଲଗାଇଲେ ବ୍ୟଥା କମେ; କିଛି ଦିନ ପରେ ବ୍ରଣ ଚାଲିଯାଏ

Loading...
Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.