ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍‌ ଶିଳାନ୍ୟାସ ଓ ଝାରସୁଗୁଡା ବିମାନ ବନ୍ଦର ଉଦ୍ଘାଟନ

ଓଡିଶା ନ୍ୟୁଜ୍

ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍‌ ଶିଳାନ୍ୟାସ ଓ ଝାରସୁଗୁଡା ବିମାନ ବନ୍ଦର ଉଦ୍ଘାଟନ

ଭୁବନେଶ୍ୱର,୨୨।୯(ବଜ୍ରବାଣ):ଭୁବନେଶ୍ୱରରେ ପହଂଚିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି , ତାଳଚେରସ୍ଥିତ ସାରା କାରଖାନାକୁ ଶିଳାନ୍ୟାସ କରି ପୁଣି ଏକ ମାଇଲ ଖୁଣ୍ଟ ସ୍ଥାପନ କରିବେ , ଝାରସୁଗୁଡା ରେ ବିମାନ ବନ୍ଦରକୁ ଉଦ୍ଘାଟନ କରି ଓଡ଼ିଶାର ଜନମାନସକୁ କିଣିନେବାର ଏହାଏକ ପ୍ରୟାସ , ଭାରତୀୟ ବାୟୁସେନାର ସ୍ବତନ୍ତ୍ର ବିମାନ ରାଜକମଲ ଯୋଗେ ଭୁବନେଶ୍ୱରରେ ଆଜି ଶନିବାର ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ଦ୍ଧାରିତ ସମୟ ଅନୁଯାୟୀ ସେ ଭୁବନେଶ୍ୱରରେ ପହଞ୍ଚି ରାଜଭବନ ଅଭିମୁଖେ ବାହାରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ରାଜ୍ୟପାଳ ଗଣେଷୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟ ଶାସନ ସଚିବ, ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ଡିଜିପି ଏବଂ ଦଳର ବହୁ ନେତା ଉପସ୍ଥିତ ରହିଥିଲେ। ମୋଦିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହାପରେ ମୋଦି ତାଳଚେର ଗସ୍ତ କରିବେ। ସେଠାରେ ସାର କାରଖାନାର ପୁନଃରୁଦ୍ଧାର ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ।

ପ୍ରକାଶ ଯେ,ଝାରସୁଗୁଡ଼ା ବିମାନବନ୍ଦରର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହିତ ଅନୁଗୋଳ ଜିଲା ତାଳଚେର ସାରକାରଖାନାର ପୁନରୁଦ୍ଧାର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୨୦୦୨ରୁ ବନ୍ଦ ପଡ଼ିଥିବା ତାଳଚେର ସାର କାରଖାନା (ବର୍ତ୍ତମାନର ନୂତନ ନାମ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍‌)ର ପୁନରୁଦ୍ଧାର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ବଲଣ୍ଡା ହେଲିପ୍ୟାଡ୍‌ଠାରୁ ଶିଳାନ୍ୟାସ ସ୍ଥଳ ଓ ସାଧାରଣ ସଭା ନିମନ୍ତେ ବକ୍ସି ଜଗବନ୍ଧୁ ଷ୍ଟାଡିୟମକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ସମ୍ପୂର୍ଣ୍ଣ ତାଳଚେର ସୁରକ୍ଷା ବଳୟରେ ଥିବା ବେଳେ ଏସ୍‌ପିଜି ସହ ରାଜ୍ୟ ପୋଲିସ, ସିଆର୍‌ପିଏଫ୍‌ ଯବାନ ଓ ୨ଟି ସ୍ପେଶାଲ ଟାକ୍‌ଟିକାଲ ପ୍ଲାଟୁନଙ୍କୁ ମୁତୟନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସହ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ରସାୟନ ଓ ସାର ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର, ରେଳ ଓ କୋଇଲା ମନ୍ତ୍ରୀ ପୀୟୂଷ ଗୋଏଲ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବେ। ମୋଦିଜୀଙ୍କର ତୁହାକୁ ତୁହା ଓଡିଶା ଗସ୍ତ ରେ ବିଜୁ ଜନତା ଦଳର ନେତୃତ୍ୱ ମାନେ ଅଣନିଶ୍ୱାସୀ ବୋଧ କଲେଣି , ଶୁଣାଯାଏ ମୋଦିଜୀ କଲେ ଓଡ଼ିଶାରେ ପ୍ରାଥୀହେବେ , ସେଥିପାଇଁ ସେ ଓଡିଶାକୁ ବାରମ୍ବାର ଗସ୍ତକରି ବିଭିନ୍ନ ଉନୟନ ମୂଳକ କାର୍ଯ୍ୟକ୍ରମ ନେଉଛନ୍ତି .ସୁନାର ଭାରତ ନୁହଁ ସୁନାର ଓଡିଶା ଗଠନ କରିବା ତାଙ୍କର ଲକ୍ଷ ,

Loading...
Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.