ଜଣେ ମସ୍ତିସ୍କ ବିକୃତ ତଥା ଅସହାୟ କୁ ନୂଆ ଆଲୋକ ଦ୍ୱାରା ଥଇଥାନ

news ଓଡିଶା ନୂଆ ଆଲୋକ ନ୍ୟୁଜ୍

ଯାଜପୁର – ନୂଆ ଆଲୋକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ଜିଲ୍ଲା ଓ ଜିଲ୍ଲା ବାହାରେ ବିଭିନ୍ନ ସାମଜିକ କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ,ଆଜି ତା ୦୯.୦୭.୨୦୨୨ରିଖ ଶନିବାର , ପବିତ୍ର ବାହୁଡା ଦଶମୀ ଅବସରରେ ଆଉ ଏକ ମସ୍ତିସ୍କ ବିକୃତ କୁ ସେବା ଯୋଗାଇ ତାହା କୁ ଛତିଆ ସ୍ଥିତ ସେବକ ଆଶ୍ରମରେ ଥଇଥାନ କରିବା କଥା ଅନୁଷ୍ଠାନର ସଂପାଦକ ଜନ୍ମେଜୟ ମହାନ୍ତି ଜଣାଇଛନ୍ତି । ଏଠାରେ ପ୍ରକାଶ କରାଯାଇ ପାରେ କି ଯାଜପୁର ଜିଲ୍ଲାର ବିଞ୍ଝାରପୁର ଅଂଚଳରେ ଜଣେ ଅଣ ଓଡିଆ ତଥା ମାନସିକ ଅବହେଳିତ ମଣିଷ ବୁଲୁଥିଲା ଓ କୈାଣିସି ପ୍ରକାରେ ତାହାର ଅଜଣା ଗାଡିଧକ୍କାରେ ଗୋଟିଏ ଗୋଡ ମଧ୍ୟ ଭାଙ୍ଗି ଯାଇଥିଲା । ତାହା କୁ କେହି ସ୍ୱେଚ୍ଛାସେବୀ ବା କେହି ଭଲ ମଣିଷ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆଣି ସେଠାରେ ପ୍ରାୟ ଚିକିତ୍ସା କରା ଇ ଥିଲେ ବି ସେହିପରି ଅସହାୟ ଅବସ୍ଥାରେ ମେଡିକାଲ ଆଖ ପାଖରେ ପଡି ଅକଥନୀୟ ଅସୁବିଧାରେ ସମ୍ମୁଖିନ ହେଉଥିବା କଥା , ନୂଆ ଆଲୋକକୁ କେହି ସହୃହୟ ବ୍ୟକ୍ତି ଜଣାଇଥିଲେ ।

After Service Picture

ଏହି ଖବର ପାଇ ନୂଆ ଅଲୋକ ସେହି ଅଜଣା ବ୍ୟକ୍ତି ପାଖରେ ପହଁଚି ତାହା କୁ ଅତ୍ୟନ୍ତ ଶୁଦ୍ଧ ସୈାଚ କରି ନୂତନ ବସ୍ତ୍ର ପରିଧାନ କରାଇଥିଲା । ତତ୍‌୍‌ପରେ ତାକୁ ଡାକ୍ତରଖାନାରେ ପରୀକ୍ଷା ନିରିକ୍ଷା କରି ପ୍ରାଥମିକ ସେବା ଯୋଗାଇବା ପରେ , ଛତିଆ ସ୍ଥିତ ସେବକ ଜରାଶ୍ରମରେ ଥଇଥାନ କରିଥିବାର ଜଣା ପଡିଛି । ଅନୁଷ୍ଠାନ ଦ୍ୱାରା ବିଚରା ଅସହାୟ ମଣିଷଟି ୩ ଓଳି ଖାଇବାର ସୁବିଧା ସହ ବର୍ଷା ଓ ଖରାକାକରରୁ ରକ୍ଷା ପାଇ ପାରିବ ବୋଲି ନୂଆ ଅ।ଲୋକ ପ୍ରକାଶ କରିଛି ।
ମାନବର ସେବା ଜୀବନ ର ବ୍ରତେ ସମର୍ପି ପାଇବା ଖୁସି
ସଂସାର ମଧ୍ୟରେ ସାରକଥା ଏଯେ ବଡ ନାହିଁ ଆଉ କିଛି ।ା

Share It

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.