ଗୁଣ୍ଡା ସାଜିଛନ୍ତି ବିଜେଡି କଣ୍ଟ୍ରାକ୍ଟର । ବିନା ଅନୁମତିରେ କରୁଛନ୍ତି ସରକାରଙ୍କ ଉନ୍ନତି ମୂଳକ କାର୍ଯ୍ୟ।

ନ୍ୟୁଜ୍ ସମାଲୋଚନା
ଗୁଣ୍ଡା ସାଜିଛନ୍ତି ବିଜେଡି କଣ୍ଟ୍ରାକ୍ଟର । ବିନା ଅନୁମତିରେ ସରକାରଙ୍କ ଉନ୍ନତି ମୂଳକ କାର୍ଯ୍ୟକୁ ନିଜ ଟଙ୍କା ଲଗାଇ ଅଧା କରି ରଖିଛନ୍ତି ଦୁଇଜଣ କଣ୍ଟ୍ରାକ୍ଟର। ପଚାରିଲେ ଓଲଟା ଧମକ ଦେଉଛି ଦୁଇଜଣ।ଏଭଳି ଘଟଣା ଦେଖିବାକୁ ମିଳିଛି ମୋରଡ଼ା ଥାନା ଅନ୍ତର୍ଗତ ଗଡି ଗାଁ ଗ୍ରାମ ପଞ୍ଚାୟତରେ। ସୂଚନା ଅନୁଯାୟୀ ଗଡି ଗାଁ ଗ୍ରାମପଞ୍ଚାୟତରେ ବିଭିନ୍ନ ଉନ୍ନତି ମୂଳକ ନିର୍ମାଣ  କାର୍ଯ୍ୟର ନିଜେ ଡାଟା କଲେକ୍ସନକରି   ସରପଞ୍ଚ, ବିଡ଼ିଓ ଏବଂ ପିଇଓଙ୍କ ବିନା ଅନୁମତିରେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ ଖବର ପାଇ ସରପଞ୍ଚ ଘଟଣା ସ୍ଥଳରେ ପହଞ୍ଚି କାମ ବନ୍ଦ କରାଇଥିଲେ। ତେବେ ସେହି କାର୍ଯ୍ୟକୁ ବିଡ଼ିଓ ଏବଂ ପିଇଓ ସହିତ ଆଲୋଚନା କରିବା ପରେ ପୁଣି ସରପଞ୍ଚ  ଆଉଥରେ କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଏ ଘଟଣା ଦେଖି ସେହି ଅଞ୍ଚଳ କଣ୍ଟ୍ରାକ୍ଟର ବାପି ଦାସ ଏବଂ ଚକ୍ରପାଲ ଦୁଇ ଜଣ ଆସି ଶ୍ରମିକ ଏବଂ ସରପଞ୍ଚ କାର୍ଯ୍ୟ କରୁଥିବା ସ୍ଥାନରେ ଆସି ଗାଳିଗୁଲଜ କରିବା ସହିତ ଧମକଚମକ ଦେଇଥିଲେ। ଅନ୍ୟପଟେ ସେଠାରେ ଥିବା ସେହି ଅଞ୍ଚର ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଯୁବକଙ୍କୁ ତାଙ୍କ ବାପାଙ୍କ ଦେହ ଖରାପ ହୋଇଥିବା ସୂଚନା ଦେବାକୁ ଆସିଥିବା ନାବାଳକ ଙ୍କୁ ମଧ୍ୟ ଧମକ ଦେଇ ସେଠାରେ କାର୍ଯ୍ୟ କରୁଥିବା କଥାକୁ ଏକ ଭିଡ଼ିଓରେ ଭାଇରାଲ କରିଥିବା ଅଭିଯୋଗ କରିଛନ୍ତି  ନାବାଳକର ମାଆ
ସେପଟେ ଏ ବାବଦରେ ସରପଞ୍ଚ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ।ତେବେ ଏଭିଲି ନିନ୍ଦନୀୟ ଘଟଣା କାହା ଅନୁମତି କ୍ରମେ ହେଉଛି ନା ବିଜେଡି ବିଧାୟକଙ୍କ ଇଙ୍ଗିତରେ ହେଉଛି ତାହା ଆଲୋଚନା ଜୋର ଧରିବା ସହ ପ୍ରଶ୍ନ କରିଛନ୍ତି ସରପଞ୍ଚ।

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.