ଆଜି ବୁଧବାର ଆଜିର ରାଶିଫଳ ତା୦୭ ରିଖ ମାର୍ଚ୍ଚ ୨୦୧୮

ରାଶିଫଳ

ଆଜି ବୁଧବାର ଆଜିର ରାଶିଫଳ ତା୦୭ ରିଖ ମାର୍ଚ୍ଚ ୨୦୧୮
ଆଜି ବୁଧବାର | ଜଗନ୍ନାଥଙ୍କର ପ୍ରିୟବାର | ଆପଣ ଆଜିର ଦିନକୁ ମଙ୍ଗଳମୟ କରିବା ପାଇଁ କାଳିଆଙ୍କୁ ପୂଜା କରନ୍ତୁ | ଶୁଭ ସକାଳର ଅଭିନନ୍ଦନ ।

ନୀଲାଦ୍ରୌ ଶଙ୍ଖମଧ୍ୟେ ଶତଦଲକମଲେ ରତ୍ନସିଂହାସନସ୍ଥଂ
ସର୍ଵାଲଙ୍କାରୟୁକ୍ତଂ ନଵଘନରୁଚିରଂ ସଂୟୁତଂ ଚାଗ୍ରଜେନ ।
ଭଦ୍ରାୟା ଵାମଭାଗେ ରଥଚରଣୟୁତଂ ବ୍ରହ୍ମରୁଦ୍ରେନ୍ଦ୍ରଵନ୍ଦ୍ୟଂ
ଵେଦାନାଂ ସାରମୀଶଂ ସ୍ଵଜନପରିଵୃତଂ ବ୍ରହ୍ମଦାରୁ ସ୍ମରାମି ॥

ମେଷ: ଆଜି ମୁଖ ଭାବରେ ଚନ୍ଦ୍ର ଥିବାରୁ ଦିନତମାମ୍ ମୁହଁରେ ସ୍ମିତହାସ୍ୟ ଲାଗି ରହିବ । ହିତୈଷୀମାନଙ୍କ ଦ୍ଵାରା ମିଷ୍ଟାନ୍ନ, ଉପଢୌକନ, ଅର୍ଥାଦି ଲାଭ ଯୋଗ ମଧ୍ୟ ଜୁଟିପାରେ । ରାଶ୍ୟାଧିପତିଙ୍କ ବଳବାନତ୍ବ ହେତୁ ପ୍ରତ୍ୟେକ ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରିବେ । ପୁନଶ୍ଚ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମଧ୍ୟ ଶିଥିଳତା ଦେଖାଦେବାର ଆଶଙ୍କା ରହିଛି । ମହିଳାମାନେ ନୂତନ ଗୃହୋପକରଣ କ୍ରୟ କରି ପାରନ୍ତି ।

Loading...

ବୃଷ: ଆଜିର ଚନ୍ଦ୍ର ନିଜ ରାଶିରେ ଅବସ୍ଥାନ କରି ଆପଣଙ୍କୁ ପାଖ ପଡୋଶୀ, ଆମୀୟସ୍ବଜନମାନଙ୍କ ଦ୍ଵାରା ସାହାଯ୍ୟ, ସହଯୋଗ ଲାଭର ସୂଚନା ପ୍ରଦାନ କରିବେ । କୌଣସି ଧର୍ମକାର୍ଯ୍ୟ, ଆନୁଷ୍ଠାନିକ କାମ କିମ୍ବା ସଭାସମିତିରେ ସାମିଲ୍ ହେବାର ସୁଯୋଗ ପାଇବେ । କଳା, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରସ୍ଥ ସମସ୍ୟାର ସରଳ ସମାଧାନ ହୋଇଯିବ । ମହିଳାମାନେ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ ।

ମିଥୁନ: କାର୍ଯ୍ୟକ୍ଷେତ୍ରରେ ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଏ ମଧି ପାଇବେ । ଶିଳ୍ପ, ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉନ୍ନତ ମାନର ଫଳ ପ୍ରାପ୍ତି ହୋଇପାରେ । ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି, ଆଜି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ପୁନର୍ବସୁ ନକ୍ଷତ୍ରର ସାମାନ୍ୟ ବିଳମ୍ବ ହେଲେ ମଧ୍ୟ କାମଗୁଡ଼ିକ ଠିକ୍ ଭାବରେ ସମ୍ପନ୍ନ ହେବ । ମହିଳାମାନେ ନିଜ ଲୋକମାନଙ୍କ ନୀତି ବିରୁଦ୍ଧାଚରଣ କାର୍ଯ୍ୟରେ ଅସହାୟବୋଧ କରିବେ ।

କର୍କଟ: :ଆଜି ଗ୍ରହମାନଙ୍କ ଶୁଭାବସ୍ଥାନ କାରଣରୁ ଦୀର୍ଘଦିନର ଆଶା ଫଳବତୀ ହେବାର ସୂଚନା ପାଇ ମନ ପ୍ରଫୁଲ ହୋଇଯିବ। ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ପ୍ରତିବନ୍ଧକ ଦୂରୀଭୂତ ହୋଇଯିବ । ଆମୀୟମାନଙ୍କ ଅନାଦରଭାବ, ଅସ୍ଥିରତାଯୁକ୍ତ ନିଷ୍ପତ୍ତି, ଉଯୋଗର ପ୍ରତିରୋଧ ସାମୟିକ ମନକୁ ହଲଚଲ କରିପାରେ । ମହିଳାମାନେ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିକୁ ନେଇ ଚିନ୍ତିତ ରହିବେ ।

ସିଂହ: ପ୍ରତ୍ୟେକ କ୍ଷେତ୍ରରେ ଚେଷ୍ଟା ଅବ୍ୟାହତ ରଖିଲେ ମଧ୍ୟ ପ୍ରତିବନ୍ଧକ ପିଛା ଛାଡିବ ନାହିଁ । ଆବଶ୍ୟକ ଅର୍ଥ ସଂଗ୍ରହ, ପିଲାମାନଙ୍କ ବିଶୃଙ୍ଖଳିତ ଚିନ୍ତାଧାରା, ସ୍ତ୍ରୀ କିମା ସ୍ଵାମୀଙ୍କ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ । ଏଣେ କର୍ମକ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ଉପର ମନରେ ମିତ୍ରଭାବ ଦେଖାଉଥିବା ବନ୍ଧୁମାନେ ପଛରେ ସରଳତାର ସୁଯୋଗ ଲାଭରେ ରହିବେ । ମହିଳାମାନଙ୍କୁ ମିତ୍ର ବନ୍ଧୁମାନେ ଆବଶ୍ୟକ ସହଯୋଗ କରିବେ।

କନ୍ୟା: ପ୍ରତ୍ୟେକ କ୍ଷେତ୍ରରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି । ବିବାଦୀୟ ସ୍ଥିତି, ପ୍ରତିଦୃଦ୍ବିତା କ୍ଷେତ୍ରରେ ବିଜୟ ଲାଭ ନିଶ୍ଚିତ । ରୋଗ, ରଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ସାମୟିକ ବ୍ୟସ୍ତତା ବୃଦ୍ଧିପାଇବ । ଦୀର୍ଘଦିନରୁ ଲାଗି ରହିଥିବା ମାଲିମକଦ୍ଦମାର ଫଇସଲା ଆଜି ସମ୍ପୂର୍ଣ୍ଣ ହୋଇଯିବାର ସମ୍ଭାବନା ରହିଛି । ଚିତ୍ରା ନକ୍ଷତ୍ର ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରି ପାରନ୍ତି । ମହିଳାମାନଙ୍କର ବାନ୍ଧବୀଙ୍କ ସହ ମାନମନାନ୍ତର ଦେଖାଦେଇପାରେ ।

ତୁଳା: ଉନ୍ନତ ଆର୍ଥିକ ସ୍ଥିତି ମନୋବଳ ବୃଦ୍ଧିରେ ସହାୟକ ହେବ । ସମାଲୋଚିତ ହେଲେ ମଧ୍ୟ ସତ କହିବାକୁ କଦାପି ପଛେଇ ରହିପାରିବେ ନାହିଁ । କର୍ମକ୍ଷେତ୍ରରେ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ନିର୍ମାଣ କାର୍ଯ୍ୟରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । ବ୍ୟୟ ବୃଦ୍ଧି କିମ୍ବା ପରିବହନରେ ସମସ୍ୟା ଯୋଗୁଁ ବ୍ୟସ୍ତ ହେବେ । ଲକ୍ଷ୍ୟ ହାସଲ ହେବା ପରିପ୍ରେକ୍ଷୀରେ ମହିଳାମାନଙ୍କ ମନ ପ୍ରଫୁଲ୍ଲ ରହିବ ।

ବିଛା: ରାଜଯୋଗ ସାମଗ୍ରିକ କ୍ଷେତ୍ରରେ ଅଧିକାଂଶ ଶୁଭଫଳ ଜ୍ଞାନ ପ୍ରାପ୍ତିର ସୂଚନାପୂର୍ଣ୍ଣ ମାତ୍ରାରେ ରହିଛି । ତଥାପି ଚନ୍ଦ୍ରଙ୍କ ପ୍ରତି ଅଶୁଭ ଗ୍ରହ ଦୃଷ୍ଟିରୁ କର୍ମକ୍ଷେତ୍ରରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରି ପାରନ୍ତି । ଅବଶ୍ୟ ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ । କଳା, ସାହିତ୍ୟ, ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ମହିଳାମାନେ ସ୍ଵାସ୍ଥ୍ୟହାନି ଜନିତ ଦୁଶ୍ଚିନ୍ତାରେ ସମୟ କଟାଇବେ ।

ଧନୁ: କୌଣସି ଅତୀତ ଘଟଣାକୁ ନେଇ ମାନସିକ ଅବସାଦ ଲାଗିରହିବା କାରଣରୁ ନିରୁତ୍ସାହିତ ରହିବେ । ପୁଣି ସ୍ବାସ୍ଥ୍ୟ ସମସ୍ୟା, ପାରିବାରିକ ମତ, ମତାନ୍ତର ନିକଟ ସମ୍ପର୍କୀୟମାନଙ୍କ ଅନାସ୍ଥାଭାବ ମନରେ ଭାବାନ୍ତର ସୃଷ୍ଟି କରିବ । ଅବଶ୍ୟ କର୍ମକ୍ଷେତ୍ରରେ କିମା ପ୍ରଶାସନିକ ସ୍ତରରେ ଅପରାହ୍ନରେ ସମସ୍ୟାର ସମଧାନ ହୋଇଯିବ । ପାରିବାରିକ ସ୍ତରରେ ଅର୍ଥାଭାବ ଯୋଗୁ ବିଚଳିତ ହେବେ । ମହିଳାମାନଙ୍କର ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ ।

ମକର: ଆଜିର ଯାତ୍ରା ପ୍ରୀତିପ୍ରଦ ରହିବ ଓ ଲକ୍ଷ୍ୟ ହାସଲ କରି ପାରି ବବେ । ଚତୁର୍ଥାଧିପତି ସ୍ଵରାଶି ହେତୁ ପରିବାରର ସମର୍ଥନ କ୍ରମେ ଯେ କୌଣସି କାର୍ଯ୍ୟ କରିବାରେ ସମର୍ଥ ହେବେ । ତଥାପି କର୍ମକ୍ଷେତ୍ରରେ ଭୁଲ୍ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ । ବନ୍ଧୁମାନଙ୍କ ସହ ଆକସ୍ମିକ ଭାବେ ଭ୍ରମଣ ସୁଯୋଗ ଜୁଟିବ । ମହିଳାମାନଙ୍କ ପାଇଁ ଦିନଟି ଭଲ।

କୁମ୍ଭ: ଲୋକପ୍ରିୟତା ରହିଥିବାରୁ କଠିନତର କାମକୁ ସହଜରେ କରି ପାରିବେ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ଚେଷ୍ଟାରୁ ଉପକୃତ ହେବେ । ପରିବାର ସକାଶେ ଧାର ଉଧାର କରିବାକୁ ପଡିପାରେ । ଦୀର୍ଘଦିନରୁ ଚିନ୍ତା କରିବା କାମଟି ହଠାତ୍ ହୋଇଯିବ । ନୀଚ ବ୍ୟକ୍ତି ଦ୍ଵାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି । ମହିଳାମାନଙ୍କୁ ଦେବଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ ।

ମୀନ: କର୍ମକ୍ଷେତ୍ରରେ ହାତପାଆନ୍ତାରେ ସୁଯୋଗ ପାଇବେ । ରାଜନୈତିକ ସ୍ତରରେ ହଠାତ୍ ବିରୋଧୀ ପକ୍ଷ ସକ୍ରିୟ ହୋଇ ଉଠିପାରନ୍ତି । ପଡୋଶୀଙ୍କଠାରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହି ବୁଲିବେ । ମହିଳାମାନେ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବା ସକାଶେ ମନ ବଳାଇବେ ।

||ଜୟ ଜଗନ୍ନାଥ||

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.