ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟ ପ୍ରତିଷ୍ଠାତା ଅଧ୍ୟକ୍ଷଙ୍କୁ ଡକ୍ଟରେଟ ଉପାଧି

Uncategorized

ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟ ପ୍ରତିଷ୍ଠାତା ଅଧ୍ୟକ୍ଷଙ୍କୁ ଡକ୍ଟରେଟ ଉପାଧି

ଯାଜପୁର – ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ଦେବପ୍ରସାଦ ସାମଲଙ୍କୁ ଡକ୍ଟରେଟ ଉପାଧି ଲାଭ ହେବାର ସମ୍ବାଦ ପାଇ ସମଗ୍ର ବରୀ ମାଟି ରେ ଆନନ୍ଦର ଲହରୀ ଖେଳି ଯାଇଛି । ବରୀ ମାଟିର ଜଣେ ସୁଯୋଗ୍ୟ ସନ୍ତାନ ଭାବେ ଡଃ. ସାମଲ ଖ୍ୟାତ । ବିଶେଷ କରି ଓଡିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ କରକମଳରେ ପ୍ରାଣ ପ୍ରତିଷ୍ଠା ହୋଇଥିବା ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ଭାବେ ସାରା ରାଜ୍ୟରେ ତାଙ୍କର ଖ୍ୟାତିଅଛି । ତାଙ୍କ ଅଧ୍ୟକ୍ଷତା କାଳରେ ବିଦଗ୍ଦ କବିଙ୍କ ସ୍ମୃତି ରକ୍ଷାଲାଗି ଯେଉଁ ସବୁ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ତାହା ଅବର୍ଣ୍ଣନୀୟ । ସାରା ରାଜ୍ୟରେ ଏକ ନିଆରା ନାମ କମେଇଥିବା ତାଙ୍କ ହାତଗଢା ମହାବିଦ୍ୟାଳୟ ଲାଗି ରାତ୍ର ପାହୁ ନପାହୁଣୁ ଆସି ଜଣେ ଅଧ୍ୟକ୍ଷ ହୋଇ ମଧ୍ୟ ଝାଡୁଦାର ପରି କାଯ୍ୟକରୁଥିବାର ବହୁ ନଜିର ଅଛି । ତେବେ ଏହି ଅନୁଷ୍ଠାନ ତାଙ୍କ ପାଇଁ ବିଦଗ୍ଦ କବିଙ୍କ ମନ୍ଦିର ସଦୃଶ ଥିଲା । ସେହି ମନ୍ଦିର ରେ ଅଧ୍ୟକ୍ଷ ପଦଠାରୁ ଝାଡୁଦାର ପଦକୁ ଅଧିକ ଗୁରୁତ୍ୱ ଦେଉଥିଲେ ବୋଲି ବହୁବାର ପ୍ରକାଶ କରିଥିବାର ଶୃତି ଗୋଚର ହୁଏ । +୨ କଳା, ବାଣିଜ୍ୟ,ବିଜ୍ଞାନ , +୩ କଳା, ବାଣିଜ୍ୟ ଓ ବିଜ୍ଞାନ ଶ୍ରେଣୀ ମାନ ଖୋଲା ଯାଇ ତାହାର ପରିବର୍ଦ୍ଧିଷ୍ଣୁ କଳେବର କୁ ଦର୍ଶନ କରି ମହାନନ୍ଦ ଅନୁଭର କରୁଥିବାର ଜଣେ ଅନନ୍ୟ ସାଧକ । ଅନୁଷ୍ଠାନର ପରିବେଶ କୁ ଏପରି ମାର୍ଜିତ କରି ତିଆରି କରିବା ସହ ତାଙ୍କର ସହକର୍ମୀ ମାନଙ୍କୁ ଆତ୍ମିୟତା ପ୍ରଦାନିବାରେ ତାଙ୍କର ସାମାନ୍ୟ କୁଣ୍ଠା ନଥିଲା । ଅନ୍ୟ ପକ୍ଷରେ ତାଙ୍କର ଅନନ୍ୟ ଆତିଥ୍ୟତାକୁ ବିଜୁ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ସାରା ଓଡିଶାର ବହୁ ବରିଷ୍ଠ ରାଜ ନେତା , ତଥା ଓଡିଶାର ଯେତେ ଲବ୍ଧ ପ୍ରତିଷ୍ଠ ସାହିତ୍ୟିକ ବିଦ୍ୱାନ,ବକ୍ତା, ପ୍ରବକ୍ତା ସଭିଏଁ ମୁକ୍ତ କଣ୍ଠରେ ସମ୍ମାନ ଦେବାର ବହୁ ନଜିର ଅଛି । ପରିବେଶକୁ ଭଲ ପାଉଥିବା ଓ ତାହାକୁ ଅଧିକ ରସମୟ କରିବାରେ ଜଣେ ଅନନ୍ୟ ବିନ୍ଧାଣୀ ହୋଇଥିବାରୁ ତାଙ୍କ ମହାବିଦ୍ୟାଳୟକୁ ସରକାରଙ୍କ ତରଫରୁ ପ୍ରକୃତି ବନ୍ଧୁୁ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ସେ ଯଦିଓ ଅର୍ଥ ଶାସ୍ତ୍ର ବିଭାଗର ଜଣେ ଅଧ୍ୟାପକ ଥିଲେ , କିନ୍ତୁ ବିଶ୍ୱର କେଉଁ ଶାସ୍ତ୍ର ନାହିଁ ଯହିଁରେ ତାଙ୍କର ପ୍ରବେଶ ନାହିଁ ତାହା କହିବା ବାହୁଲ୍ୟ ମାତ୍ର । ତାଙ୍କର ବହୁମୁଖି ପ୍ରତିବା ପାକାରେ ଯେତେ ସମ୍ମାନ ଦେଲେ ବି କମ ହେବ । ମହାତ୍ମାଗାନ୍ଧୀ ଗ୍ଲୋବାଲ ପିସ ଫାଉଣ୍ଡେସନ ତରଫରୁ ଗାନ୍ଧୀଆନ ଫିଲୋସଫି ପିସ ଆଣ୍ଡ ହ୍ୟୁମାନିଟି ପାଇଁ ତାଙ୍କୁ ଏହି ଡକ୍ଟରେଟ ଉପାଧି ମିଳିଥିବାରୁ ଉକ୍ତ ଅନୁଷ୍ଠାନକୁ ବିଦଗ୍ଧା ଶତ ଶତ ନମନ କରୁଛି ବୋଲି ବିଦଗ୍ଧାର ନିର୍ଦେଶକ ଶରତ କୁମାର ଜେନା ଙ୍କ ସହିତ ଜୟନ୍ତ କୁମାର ଜେନା, ଅଜୟ କୁମାର ଜେନା, ଶରତ ଚନ୍ଦ୍ର ମଲ୍ଲିକ, କାଦମ୍ବିନୀ ଜେନା, ଉତ୍କଳିନୀ ଜେନା ଆଦି ପୁରାତନ ଛାତ୍ର ଛାତ୍ରୀ ମାନେ ପ୍ରକାଶ କରିଛନ୍ତି ।ଉତ୍କଳିନୀ ଜେନା ଆଦି ପୁରାତନ ଛାତ୍ର ଛାତ୍ରୀ ମାନେ ପ୍ରକାଶ କରିଛନ୍ତି ।

Loading...
Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.