ଅନନ୍ୟ ସମାଜସେବୀ ସିଦ୍ଧାର୍ଥ (ଧୋଇନ)ଙ୍କ ଅବର୍ତ୍ତମାନରେ ଜନ୍ମଦିବସ ପାଳିତ
ଯାଜପୁର- ଚାହୁଁ ଚାହୁଁ ଏକ ବର୍ଷ ବିତିଗଲାଣି । ଯାଜପୁର ଅଂଚଳର ଆଗଧାଡିର ଯୁବ ସମାଜ ସେବୀ,ସଭିଙ୍କର ଅତ୍ୟନ୍ତ ପ୍ରିୟ, ସମାଜ ସେବା ଲାଗି ଦିନ କିମ୍ବା ରାତ୍ର ସବୁ ସମୟରେ ଅନ୍ୟପାଇଁ ଧାଇଁ ଯାଉଥିଲେ ଏମିତି କି ଅନ୍ୟକୁ ସାହାଯ୍ୟ କରିବାକୁ ନିଜ ଜୀବନକୁ ବିପନ୍ନ କରି ନଇକୁ ଡେଇଁବାକୁ ପଛାଉ ନଥିବା ଯୁବବନ୍ଧୁ ସିଦ୍ଧାର୍ଥ( ଧୋଇନ)ଙ୍କୁ ଗତବର୍ଷ ମଇ ମାସ ୧୮ ତାରିଖ ଦିନ ଏମିତି ଲୋକଙ୍କ ସେବା କରୁ କରୁ ମହାମାରୀ କରୋନା ପରପାରିର ଯାତ୍ରୀ ସଜାଇ ଦେଲା । ସାରା ଯାଜପୁର ତାଙ୍କର ବିୟୋଗରେ ସ୍ତବ୍ଦ ହୋଇଗଲା ।ସବୁ ଦିନ ପାଇଁ ତାଙ୍କର ମରଶରୀରଟି ସିନା ପଂଚଭୁତରେ ଲୀନ ହୋଇଗଲା । ସେ କିନ୍ତୁ ଯୁବ ସମାଜର ମାନସରେ ଆଜି ବି ଅମର । ତାଙ୍କର ଜନ୍ମ ଦିନ ୧୮ ତାରିଖରୁ ବିଭିନ୍ନ ଭାବରେ ପାଳନ କରା ଯାଉଛି । ଆଜି ତାଙ୍କର ଜନ୍ମ ସପ୍ତାହ ଅବସରରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଅନ୍ନଦାନ କରା ଯାଇଛି । ଏହି କାର୍ଯ୍ୟକ୍ରମ ଯାଜପୁର ଯୁବ ସମାଜସେବୀ ଦେବ ଦତ୍ତ ଦାସ(ପୁତୁଲା ବାବୁ)ଙ୍କ ସୈାଜନ୍ୟତାରେ ଅନୁଷ୍ଠିତ ହୋଇ ଥିବାର ଜଣା ପଡିଛି । ଆଜିର କାର୍ଯ୍ୟକ୍ରମରେ ବହୁତ ସମାଜେସବୀ କୋଭିଡ ନିୟମାଙ୍କ ମଧ୍ୟରେ ଯୋଗଦାନ କରିଥିଲେ । ସଭିଙ୍କ ମାନସର ଭାବାନ୍ତର ଆଜି କେତେ ଯେ ଦୁଃଖଦ ଥିଲା ତାହା ଅନୁଭବି କେବଳ ଜାଣି ପାରିବ । ସଭିଏଁ କିନ୍ତୁ ଗୋଟିଏ କଥା କହୁଥିଲେ ଧୋଇନ ଭାଇ କେବେ ମରି ନପାରେ ସବୁଦିନ ସେ ଆମ ପାଖରେ ଅଛନ୍ତି ଓ ରହିବେ । ଜଣେ ଯୁବ ସମାଜ ସେବୀଙ୍କ ଅବର୍ତ୍ତମାନରେ ସାରା ଯାଜପୁର କିପରି ଝୁରୁଛି ତାହା ଆଜିର କାର୍ଯ୍ୟକ୍ରମରୁ ଅନୁଭବ ଆସୁଥିଲା ।ଯାଜପୁର ର ବିଧାୟକ ତଥା ଜନମାନସର ନେତା ପ୍ରଣବ ପ୍ରକାଶ ଦାସ (ବବି ବାବୁ) ସିଦ୍ଧାର୍ଥଙ୍କର ଜନ୍ମ ଦିନ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ଯୁବନେତା ତଥା ସମାଜସେବୀ ଭବପ୍ରସାଦ ଦାସ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଯାଜପୁର ର ଅଗ୍ରଣୀ ସମାଜେସବା ଅନୁଷ୍ଠାନ ନୂଆ ଆଲୋକର ସଦସ୍ୟ ମାନେ ଆଜିର କାର୍ଯ୍ୟକ୍ରମରେ ଯୋଗଦାନ କରି ସିଦ୍ଧାର୍ଥଙ୍କ ସ୍ମୃତି ଉଦ୍ଦ୍ୟେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।



